ଭାରତୀୟ ନୌସେନାରେ ସାମିଲ ହେଲା ବୁଡାଜାହାଜ ଆଇଏନ୍ଏସ୍ ଖଣ୍ଡେରୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ବୁଡାଜାହାଜ ଭାରତୀୟ ନୌସେନାରେ ସାମିଲ ହୋଇଛି । 2017ରୁ ଏହି ଜାହାଜ ସମୁଦ୍ରରେ ପରିଭ୍ରମଣ କରୁଥିବା ବେଳେ ଶେଷରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଭାତୀୟ ନୌସେନାରେ 6ଟି ଶ୍ରେଣୀର ବୁଡାଜାହାଜ ରହିଥିବା ବେଳେ ଏହି ଜାହାଜଟି ଦ୍ବିତୀୟ ଶ୍ରେଣୀର କାଭଲାରୀ ବର୍ଗରେ ଅନ୍ତର୍ଭୁକ୍ତ । ମହାରାଜା ଶିବାଜୀଙ୍କ ଦୁର୍ଗ ଖଣ୍ଡେରୀ ନାମରେ ଏହି ଜାହାଜଟିକୁ ନାମିତ କରାଯାଇଛି ।