ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ କଲର୍ସ ଆଓ୍ବାର୍ଡ ପ୍ରଦାନ କଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉଲ୍ଲେଖନୀୟ ସେବା ପାଇଁ ଆର୍ମି ଏଡି ସେଣ୍ଟରକୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଏୟାର ଡିଫେନ୍ସର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆର୍ମି ଏଡି ସେଣ୍ଟରରେ ଅଭିଭାଷଣରେ ଭାରତୀୟ ସେନାର ଗୌରବ ବଖାଣିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏୟାର୍ ଡିଫେନ୍ସ ବାହିନୀର ଅବଦାନକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ଏହି ସମ୍ମାନ ଉତ୍ସବରେ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ବିପିନ୍ ରାଓ୍ବତ୍, ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି ।