ଆଜି ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇ ସାରିଥିବା ବେଳେ ଆସନ୍ତା କାଲି ବିଜେପି ପ୍ରାର୍ଥୀ ଘୋଷଣା କରିବ। କାଲି ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ପରେ ପ୍ରାର୍ଥୀ ଘୋଷଣା। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏହି ଆସନ ପାଇଁ ବିଜେଡିର ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୧ ତାରିଖରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ ତାରିଖରେ ନିର୍ବାଚନ ଫଳାଫଳ ଜଣାପଡ଼ିବ । ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ବିଜୟୀ ହୋଇଥିଲେ