ପରିବହନ କାର୍ଯ୍ୟାଳୟକୁ ମଧ୍ୟସ୍ଥ ଓ ଦଲାଲମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା । ସେହିପରି ଅଫିସରେ ପଶୁଥିବା ଦଲାଲ ବିରୋଧରେ ଥାନାରେ ଏତଲା ଦେବାକୁ ନିର୍ଦେଶ ଦିଆଯାଇଛି । ଏହି ଚିଠିରେ ପରିବହନ କାର୍ଯ୍ୟାଳୟକୁ ଦଲାଲ୍ ମୁକ୍ତ କରାଯିବା ନେଇ ଉଲ୍ଲେଖ କରାଯାଇଛି। ଅଫିସ୍ ପରିସରରେ ଥିବା ଅସ୍ଥାୟୀ କ୍ୟାବିନ୍ ବା ଘର ଉଚ୍ଛେଦ କରାଯିବ । କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ବିଭିନ୍ନ ରଙ୍ଗର ପରିଚୟ ପତ୍ର । ସରକାରୀ କର୍ମଚାରୀ ପିନ୍ଧିବେ ନୀଳ ଫିତା ବିଶିଷ୍ଟ ପରିଚୟ ପତ୍ର । ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀଙ୍କ ପାଇଁ ସବୁଜ ଫିତାର ପରିଚୟ ପତ୍ର । ସ୍ମାର୍ଟ ଚିପ୍ କମ୍ପାନି କର୍ମଚାରୀ ପିନ୍ଧିବେ ହଳଦିଆ ଫିତାର ପରିଚୟ ପତ୍ର । ଅଫିସ୍ରେ ମିଳୁଥିବା ସେବା ଓ ଦେୟର ତାଲିକା ପ୍ରଦର୍ଶିତ ହେବ । ସେହିପରି ସବୁ ଆରଟିଓ ଅଫିସ୍ରେ କିଓସ୍କ ମେସିନ୍ ଓ ସିସିଟିଭି ବାଧ୍ୟତାମୂଳକ, ଆରଟିଓ ଚାହିଁଲେ ଛାତ୍ର ସ୍ବେଚ୍ଛାସେବୀଙ୍କୁ ଜନସେବାରେ ଲଗାଇପାରିବ । ସେହିପରି ଲୋକଙ୍କ ଅଭିଯୋଗ ଶୁଣିବାକୁ ହେଲପ୍ ଲାଇନ୍ ନମ୍ବର ଜାରି ହୋଇଛି । ହେଲ୍ପ୍ ଡେସ୍କ ନମ୍ବର- ୧୮୦୦ ୩୪୫ ୧୦୭୩ରେ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।