ଆଜି ଆଫଗାନିସ୍ଥାନଠାରେ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ ଏକ ଭୋଟିଂ ବୁ୍ଥ ପାଖରେ ବିସ୍ଫୋରଣ ହୋଇଛି । ଏଥିରେ ୧୫ଜଣ ଆହତ ହୋଇଥିବାର ସୂଚନା ରହିଛି । ଆଫଗାନିସ୍ଥାନ ରାଷ୍ଟ୍ରପତି ନିର୍ବାଚନରେ ଅଶରଫ୍ ଗନି ଓ ଅବଦୁଲ୍ଲା-ଅବଦୁଲ୍ଲାଙ୍କ ମଧ୍ୟରେ ନିର୍ବାଚନୀ ଲଢେଇ ହେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ତରଫରୁ ତାଲିବାନ ଶାନ୍ତି ବାର୍ତ୍ତା ପ୍ରସଙ୍ଗକୁ ରଦ୍ଦ କରାଯିବା ପରେ ଆଫଗାନିସ୍ଥାନରେ ରାଜନୖେତିକ ଅନିଶ୍ଚିତତା ସୃଷ୍ଟି ହୋଇଛି । ତାଲିବାନରେ ମତଦାନ ପ୍ରକ୍ରିୟାରୁ ଦୂରରେ ରହିବାକୁ ଧମକ ଦିଆଯାଇଥିଲା । ଏହାକୁ ନଜର ରଖି ତାଲିବାନୀ ଆତଙ୍କବାଦୀଙ୍କ ସହ ମୁକାବିଲା କରିବା ପାଇଁ ଆଫଗାନିସ୍ଥାନରେ ଦଶହଜାର ସୁରକ୍ଷା ବଳକଙ୍କୁ ନିୟୋଜିତ କରାଯାଇଥଛି ।