ଆଜି ପବିତ୍ର ମହାଳୟା। ଆଜିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ଗତକାଲି ମଧ୍ୟରାତ୍ରରୁ ମାଆ ସମଲେଶ୍ୱରୀଙ୍କ ସ୍ନାନ ସମ୍ପନ୍ନ ପରେ ଧବଳମୁଖୀ ବେ କରାଯାଇଥିଲା। ମା’ଙ୍କର ଏହି ବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପୂଜକମାନଙ୍କ ପକ୍ଷରୁ ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କଠାରେ ଧବଳ ପ୍ରଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଥିଲା। ଏହି ବେଶ ଅଢ଼େଇଦିନ ଯାଏ ରହିବ। ଏହା ପରେ ମାଆ ସମଲେଶ୍ୱରୀ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେବେ। ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।