ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ କପ୍ତାନ’ର ଦ୍ବିତୀୟ ଟ୍ରେଲର ଶନିବାର ରିଲିଜ୍ ହୋଇଛି। ୧ ମିନିଟ୍ ୨୯ ସେକେଣ୍ଡର ଏହି ଟ୍ରେଲରରେ ଦୀପକ ଡୋବ୍ରିୟାଲଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରାଯାଇଛି। ଚଳଚ୍ଚିତ୍ରରେ ଦୀପକ ଏକ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି, ଯାହାର କି ଶୁଂଘିବାର ଏ ଭିନ୍ନ କ୍ଷମତା ରହିଛି। ଏହାସହିତ ତାଙ୍କ ସହାୟତା ପାଇଁ ଚଳଚ୍ଚିତ୍ରରେ ୨ଟି ଶିକାରୀ କୁକୁର ମଧ୍ୟ ଅଛନ୍ତି। ନବଦୀପ ସିଂହଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ସୈଫ୍ ଜଣେ ନାଗା ସାଧୁ ଭୂମିକାରେ ନଜର ଆସିବେ। ସୈଫଙ୍କ ଲୁକ୍ ମଧ୍ୟ ଜବରଦସ୍ତ ରହିଛି। ପୂର୍ବରୁ ଏହି ଫିଲ୍ମରେ ସୋନାକ୍ଷୀଙ୍କ ଲୁକ୍ ସାମ୍ନାକୁ ଆସିଥିଲା । ସୋନାକ୍ଷୀ ଏଥିରେ ଜଣେ ତୁର୍କୀ ମହିଳା ରୂପେ ନଜର ଆସିଛନ୍ତି । ଆସନ୍ତା ଅକ୍ଟୋବର ୧୮ ତାରିଖରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ ।