ଉତ୍ତରାଖଣ୍ଡର ଦେବପ୍ରୟାଗଠାରେ ଶନିବାର ଦିନ ଏନଏଚ୍-୫୮ରେ ତିନିଧାରା ନିକଟରେ ଏକ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ପାହାଡ଼ର ଭଗ୍ନାବଶେଷ ଏହି ଗାଡ଼ି ଉପରେ ପଡ଼ିବାରୁ ଗାଡ଼ିଟିର ଦୁର୍ଘଟଣା ଘଟିଥିଲା । ଏଥିରେ ୬ଜଣ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗଭୀର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ଗାଡ଼ିଟିରେ ୧୦ଜଣ ଶ୍ରଦ୍ଧାଳୁ ରହିଥିଲେ । ଏହି ଦୁର୍ଘଟଣା ଭୂସ୍ଖଳନ ଯୋଗୁଁ ହୋଇଛି ବୋଲି ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ବିହାର, ଉତ୍ତରପ୍ରଦେଶ ସହିତ ଉତ୍ତରାଖଣ୍ଡରେ ମୂଷଳଧାରରେ ବର୍ଷା ହେବା ଯୋଗୁଁ ଏହିପରି ଘଟଣାମାନ ଦେଖାଯାଉଛି ।