ଚୀନ୍ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ରବିବାର ଜଣାପଡ଼ିଛି । ସଡ଼କ ଦୁର୍ଘଟଣାରେ ଅନ୍ୟ ୩୬ ଜଣ ଗୁରୁତର ଥିବା ଗଣମାଧ୍ୟମର ଖବରରୁ ଜଣାପଡ଼ିଛି । ପୂର୍ବ ଚୀନରେ ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ ଏକ୍ସପ୍ରେସ ୱେରେ ଟ୍ରକକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଯାତ୍ରୀବାହୀ ବସ ପୂର୍ବ ଜିଆନସୁ ରାଜ୍ୟରେ ଶନିବାର ୬୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ବସ ଯାତ୍ରା କରୁଥିବା ବେଳେ ଏହାର ଏକ ଟାୟାରରେ କ୍ଷତି ପହଞ୍ଚିଥିଲା । ସେହି ସମୟରେ ଏକ ବସର ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇ ଟ୍ରକକୁ ଧକ୍କା ଦେଇଥିଲା ।