କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆ । ଦିଲ୍ଲୀ ଏମସରୁ ଦୁଇ ଭାଇଙ୍କ ମୁଣ୍ଡ ଅଲଗା ହୋଇ କଟକ ଆସିବା ପରେ ଜଗା ପ୍ରାୟତଃ ସୁସ୍ଥ ରହିଛି । କିନ୍ତ କାଳିଆର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । କାଳିଆ ଏବେ ଗୁରୁତର ଅବସ୍ଥାରେ ଭେଂଟିଲେଟରରେ ରହିଛି । ତେବେ କାଳିଆର ସ୍ୱାସ୍ଥ୍ୟାବସ୍ଥା ନେଇ ଏସସବି ପକ୍ଷରୁ ଏମ୍ସ ଡାକ୍ତରଙ୍କ ପରାମର୍ଶ ନିଆଯାଇଛି । ଏସସିବି ଡାକ୍ତରଙ୍କ କହିବାନୁସାରେ, ଏମ୍ସ ଡାକ୍ତରଙ୍କ ପରାମର୍ଶରେ ଜଗା-କାଳିଆର ଚିକିତ୍ସା କରାଯାଉଛି । କାଳିଆର ଛାତିରେ ସଂକ୍ରମଣ ଓ ନିମୋନିଆ ମଧ୍ୟ ହୋଇଛି । ଯାହା ଫଳରେ ତାକୁ ଭେଂଟିଲେଟରରେ ରଖାଯାଇଛି। ତେବେ ବର୍ତ୍ତମାନ କାଳିଆର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସୂଚନାଯୋଗ୍ୟ, ଏକ ୧୪ ଜଣିଆ ଡାକ୍ତରୀ ଟିମ୍ କାଳିଆର ଅବସ୍ଥା ଉପରେ ନଜର ରଖିଛନ୍ତି । ଗତକାଲି କାଳିଆର ସ୍ୱାସ୍ଥ୍ୟାରେ ଅବନତି ଘଟିବା ପରେ ଏମ୍ସ ଡାକ୍ତରଙ୍କ ନିକଟକୁ ଚିଠି ଲେଖାଯାଇଥିଲା ।