ବାଲେଶ୍ୱର ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୦ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା ଅପରିଷ୍କାର ପାଣି ପ୍ରଭାବରେ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି । ଫଳରେ ଜିଲ୍ଲାରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏତତ୍ ବ୍ୟତୀତ, ଡେଙ୍ଗୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସହରର ବିଭିନ୍ନ ସ୍ଥାନକୁ ପରିଷ୍କାର କରାଯିବା ସହ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ।