ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ସୂଚନାନୁସାରେ, ଗତ ୨୨ ତାରିଖରେ ରାଉରକେଲା ସେକ୍ଟର ୭ ଅଂଚଳର ଜଣେ ନାବାଳିକା ଏକ ପୂଜାରେ ଯୋଗ ଦେବାକୁ ଯାଉଥିଲେ । ସେହି ସମୟରେ ତାଙ୍କୁ ଏକୁଟିଆ ପାଇଁ ପ୍ରାୟ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । ଏହାସହ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ଏନେଇ ନାବାଳିକାଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସତ ସାମ୍ନାକୁ ଆସିଥିଲା । ପରିବାର ଲୋକେ ଏହି ଘଟଣାକୁ ନେଇ ତାନାରେ ଅଭିଯୋଗ କରିଥିଲ । ପୋଲିସ ଏହି ଘଟଣାରେ ୩ଜଣ ଯୁବକଙ୍କୁ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା ମଧ୍ୟ କରାଯାଉଛି । ଏହି ଦୁଷ୍କର୍ମ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।