ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ୍ ବାଜିସାରିଛି । ବିଜେଡ଼ି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେପି ଆଜି ସନତ ଗଡ଼ତିଆଙ୍କୁ ନିଜର ପ୍ରାର୍ଥୀ ଭାବେ ଘାେଷଣା କରିଛି । ବିଜେଡ଼ି ତରଫରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ତରଫରୁ ଦିଲ୍ଲୀପ ପଣ୍ଡା ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ସନତଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପାରମ୍ପରିକ ଆସନ ହିଞ୍ଜିଳି ସହିତ ବିଜେପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ ସନତ ଗଡ଼ତିଆ । ତେବେ ପାଟକୁରା ନିର୍ବାଚନ ପରି ବିଜେପୁର ଉପନିର୍ବାଚନର ଫଳାଫଳ ସମାନ ରହିବ ନା ଅଙ୍କ କିଛି ବଦଳିବ, ତାହା ଆଗାମୀ ସମୟରେ ଜଣାପଡ଼ିବ ।