ସମୀକ୍ଷା ବ୍ୟୁରୋ
ଲାଞ୍ଚ ନେଉଥିବା ବେଳେ ଧରା ପଡିବାରୁ ଝାରସୁଗୁଡା ବନହରପାଲି ଥାନା ପୋଲିସ ଏଏସଆଇ ନିଲମ୍ବିତ ହୋଇଛନ୍ତି। ଟଙ୍କା ମାଗିବା ବେଳର ମୋବାଇଲ ଭିଡିଓ ରେକର୍ଡ଼ିଂ ଦେଖି ଏସପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସାରା ଦେଶରେ ସଂଶୋଧିତ ମୋଟର ଯାନ ଆକ୍ଟ ଲାଗୁ ହେବାପରେ କାଗଜପତ୍ର ନଥିବା ବହୁ ଗାଡି ଚାଳକ ଧରା ହୋଇଥିଲେ। ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। ଗୋଟିଏ ପଟେ ଏହି ନିୟମକୁ କଡାକଡି କରି ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ପ୍ରହରା ଦେବାକୁ ନିୟୋଜିତ ହୋଇଥିବା ପୋଲିସ ବାବୁ ଧରା ପଡିଥିବା ଏକ ଗାଡିକୁ ଟଙ୍କା ନେଇ ଛାଡିବା ବେଳେ ଭିଡିଓ ଭାଇରାଲ୍ ହୋଇଥିଲା। ଝାରସୁଗୁଡା ବନହରପାଲି ଥାନା ଏଏସଆଇ ପରିକ୍ଷିତ ସାହୁ ଏହି ଘଟଣାରେ ନିଲମ୍ବିତ ହୋଇଛନ୍ତି। ଟଙ୍କା ମାଗିବା ବେଳର ମୋବାଇଲ ଭିଡିଓ ରେକଡିଂ ଦେଖି ଏସପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।