ଲର୍ଣ୍ଣିଂ ଲାଇସେନସ ପାଇଁ ରାଜଧାନୀରେ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସହିଦ୍ ନଗର ବିଏମ୍ସି ଅଫିସ୍ ଓ ଓଏସ୍ଆରଟିସି ପରିସରରେସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲିଠାରୁ ୪ ତାରିଖ ଯାଏଁ ମିଳିବ ଲର୍ଣ୍ଣିଂ ଲାଇସେନ୍ସ୍ । ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ । କୌଣସି ସ୍ଲଟ୍ ବୁକ୍ କରାଯିବ ନାହିଁ ବୋଲଇ ସୂଚନା ରହିଛି ।