ସମୀକ୍ଷା ବ୍ୟୁରୋ
ଆସନ୍ତା ଅକ୍ଟୋବର 2 ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥିରେ ପରିବେଷଣ ହେବ ଏକ ଭିନ୍ନ ଧରଣର ନାଟକ ନିର୍ବାଣ। ଭୁବନେଶ୍ବରର ଭଂଜକଳା ମଣ୍ଡପରେ ଏହି ନାଟକ ପରିବେଷଣ ହେବ। ମୁଖ୍ୟତଃ ଅର୍ଜୁନ ଯେପରି ଶ୍ରୀକୃଷ୍ଣଙ୍କ ଦ୍ବାରା ମାର୍ଗ ଦର୍ଶ ହେଉଥିଲେ ଠିକ୍ ସେହିପରି ମହାତ୍ମା ଗାନ୍ଧୀଙ୍କ ମାର୍ଗ ଦର୍ଶକ ଥିଲେ ଗୋଖଲେ। ଏହିପରି କେତେକ କାହାଣୀକୁ ନେଇ ନାଟକର ବିଷୟ ବସ୍ତୁ ଗତିଶୀଳ ହୋଇଛି।
ଏହି ନାଟକର ନିର୍ଦ୍ଦେଶକ ହେଉଛନ୍ତି ଓଡିଆ ନାଟ୍ୟ ଜଗତର ପରିଚିତ ବ୍ୟକ୍ତିତ୍ବ ଶରତ ସମ୍ରାଟ। ସେ ମଧ୍ୟ ବିଭିନ୍ନ ଭୂମିକାରେ ଅଭନୟ କରିଛନ୍ତି। ଏହି ନାଟକରେ ଶରତ ପ୍ରାୟ 5ଟି ଭୂମିକାରେ ଦେଖିବାକୁ ମିଳିବ। ସେ ଗାନ୍ଧୀ, ନେହୁର, କୃଷ୍ଣ, ଶ୍ରୀରାମ ଏବଂ ବୁଦ୍ଧ ଭୂମିକାରେ ଅଭିନୟ କରିବେ। ଅନ୍ୟ ଯେଉଁମାନେ ଅଭିନୟ କରୁଛନ୍ତି ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ନାଟ୍ୟ କର୍ମଶାଳା ମାଧ୍ୟମରେ ଚୟନ କରାଯାଇଛି। ଏହି ନାଟକଟି ବେଶ ଆଦୃତ ହେବ ବୋଲି ଆଶା କରାଯାଉଛି।