Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରର ଆର୍ଯ୍ୟ ସମାଜରେ ଭିନ୍ନ ଧରଣର ନବରାତ୍ର ପୂଜା, ନଅ ଜଣ ମହିଳାଙ୍କୁ ନଅ ଦେବୀ ଭାବେ କରାଗଲା ପୂଜା
ଆଜିର ଖବର

ଭୁବନେଶ୍ବରର ଆର୍ଯ୍ୟ ସମାଜରେ ଭିନ୍ନ ଧରଣର ନବରାତ୍ର ପୂଜା, ନଅ ଜଣ ମହିଳାଙ୍କୁ ନଅ ଦେବୀ ଭାବେ କରାଗଲା ପୂଜା

September 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ନବରାତ୍ର ଉପଲକ୍ଷେ ଭୁବନେଶ୍ବରରେ ନଅ ଜଣ ମହିଳାଙ୍କୁ କରାଗଲା ପୂଜା

ସମୀକ୍ଷା ବ୍ୟୁରୋ

ପବିତ୍ର ନବରାତ୍ର ପ୍ରତିପଦ ତିଥିରେ ଭୁବନେଶ୍ୱରର ଶହୀଦ ନଗରସ୍ଥିତ ‘ଆର୍ଯ୍ୟ ସମାଜ’ ପରିସରରେ ‘ନବମାତୃକା ପୂଜା ଅଭ୍ୟର୍ଥନା କମିଟି’ ତରଫରୁ ଭିନ୍ନ ଧରଣର ନବରାତ୍ର ପୂଜା କରାଯାଇଛି। ସାଧାରଣତଃ ନବରାତ୍ର ପୂଜାରେ ନଅ ଜଣ ଦେବୀଙ୍କୁ ପୂଜା କରାଯାଇଥାଏ। ହେଲେ ଆର୍ଯ୍ୟ ସମାଜରେ ପ୍ରତିବର୍ଷ ଦେବୀ ଭାବେ ନଅ ଜଣ ମହିଳାଙ୍କୁ ପୂଜା କରାଯାଉଛି। ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା  ଅର୍ଜନ କରିଥିବାମହିଳାମାନଙ୍କୁ ସମାଜ ବାଛି ଏହି ପୂଜାରେ ବସାଇଥାନ୍ତି। ଚଳିତ ବର୍ଷ ସମାଜସେବୀ ବାସନ୍ତୀ ପାଣି, ଶିକ୍ଷାବିତ୍ କ୍ଷୀରୋଦ୍ରା ପରିଜା, ଚିକିତ୍ସିକା ଡାକ୍ତର ନାରାୟଣୀ ପଣ୍ଡା, ଅଭିନେତ୍ରୀ ଝରଣା ଦାସ, ସୁଗୃହିଣୀ କୁନ୍ତଳ କୁମାରୀ ସାମନ୍ତରାୟ, କୃଷି କ୍ଷେତ୍ରରେ ଶାନ୍ତିଲତା ରାଉଳ, ଶିଳ୍ପୀ ଶ୍ରୀମତୀ କନକଲତା ମହାନ୍ତି ଓ ସାହିତ୍ୟିକା ଡଃ ଇନ୍ଦିରା ପଟ୍ଟନାୟକଙ୍କୁ ଅଭିନନ୍ଦିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନବମାତୃକା ପୂଜା ଅଭ୍ୟର୍ଥନା କମିଟିର ସଭାପତି ସାତକଡି଼ ହୋତା ଶୁଭାରମ୍ଭ କରିଥିଲା ବେଳେ କମିଟିର ଆବାହିକ ଡଃ ଶକୁନ୍ତଳା ବଳିଆରସିଂହ ସ୍ୱାଗତ ଭାଷଣ ଦେଇଥିଲେ ଓ ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ମମତା ମହାପାତ୍ର ଅଭିନନ୍ଦିତ ମା’ମାନଙ୍କର ସମ୍ୟକ ପରିଚୟ ପ୍ରଦାନ କରିଥିଲେ । ବେଦ ବିଦୁଷୀ ଶନ୍ନୋଦେବୀ, ଶ୍ରୀଯୁକ୍ତ ବୀରେନ୍ଦ୍ର କର, ଶ୍ରୀମତୀ ଲିତା ଦାସ ଆର୍ଯ୍ୟବର୍ତ୍ତ ଭାରତ ବର୍ଷରେ ବୈଦିକ ସଂସ୍କୃତି ସମ୍ବନ୍ଧରେ ସୂଚନା ଦେବା ସଙ୍ଗେ ସଙ୍ଗେ ଯଜ୍ଞାନୁଷ୍ଠାନ କରିଥିଲେ ଓ ଶିଳ୍ପୀ କେଶୁ ଦାସ ଏବଂ ତାଙ୍କ ଧର୍ମପତ୍ନୀ କନକଲତା ଦାସ ଯଜ୍ଞରେ କର୍ତ୍ତା ରୂପେ ଯଜ୍ଞାହୂତି ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026
Latest News

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.