ଗତକାଲି ବିଳମ୍ବିତ ରାତିରେ ଇଣ୍ଡିଗୋର ଏକ ବିମାନ ଗୋଆ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନଟି ଗୋଆରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା। ବିମାନଟି ଟେକ ଅପ କରିବା ପରେ ଗୋଟିଏ ଇଂଜୀନିରେ ନିଆଁ ଲାଗିଥିବାର ପାଇଲଟ ଅନୁଭବ କଲେ। ଫଳରେ ବିମାନଟି ପୁଣି ଥରେ ଫେରାଇ ଆଣିବା ପାଇଁ ଜରୁରୀ ଖବର ଦେଲେ। ସେହି ଅନୁସାରେ ବିମାନଟି ପୁଣି ଥରେ ବିମାନ ବନ୍ଦରକୁ ଫେରିଆସିଲା। ସେଠାରୁ ଯାତ୍ରୀମାନଙ୍କୁ ତୁରନ୍ତ ଅପସାରଣ କରାଯାଇଥିଲା। ସେହି ବିମାନରେ ଗୋଆର ଜଙ୍ଗଲ ପରିବେଷ ଓ ଶକ୍ତି ମନ୍ତ୍ରୀ ନିଜର ଓସଡି ସହ ଯାତ୍ରା କରୁଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।