ଚୀନର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି 21 ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନ୍ର ପୂର୍ବ ଭାଗରେ ଥିବା ଝେନଜାଙ୍ଗର ନିଙ୍ଘାଇ କାଉଣ୍ଟିର ଏକ ରାସାୟନିକ କାରଖାନାରେ ରବିବାର ଅଚାନକ ନିଆଁ ଲାଗିଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷର ମିଳିଥିବା ସୂଚନା ଅନୁଯାୟୀ ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ରହିଛନ୍ତି । ସେହିପରି ଅଗ୍ନିକାଣ୍ଡ ଯୋଗୁଁ ଆହୁରି ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।