ତିନି ଦିନ ଧରି ଉର୍ଦ୍ଧ୍ବମୁଖୀ ରହିଥିବା ଭାରତୀୟ ସେୟାର ବଜାର ଆଜି ତଳକୁ ଖସିଛି । ସପ୍ତାହର ପ୍ରଥମ ଦିନରେ ଆଜି ସେୟାର ବଜାର ତଳକୁ ଖସିଛି । ସୋମବାର ସେନ୍ସେକ୍ସ 310 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟୀ 84 ପଏଣ୍ଟ ତଳକୁ ଖସିଛି । ସେନ୍ସେକ୍ସ 310.80 ପଏଣ୍ଟ ତଳକୁ ଖସି 38511.77 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍ଟୀ 11500 ପଏଣ୍ଟ ତଳକୁ ଖସିଛି । 84 ପଏଣ୍ଟ ତଳକୁ ଖସିବା ସହିତ ନିଫ୍ଟୀ 11427.55 ପଏଣ୍ଟରେ ପହଞ୍ଚିଛି । ସେନ୍ସେକ୍ସ ଓ ନିଫ୍ଟୀରେ ହ୍ରାସର ହାର ଯଥାକ୍ରମେ 0.80 ଏବଂ 0.74 ପ୍ରତିଶତ ରହିଛି । ଏହି ସମୟରେ ୟେସ୍ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଟାଟା ଷ୍ଟିଲ୍, ସନ୍ ଫାର୍ମା ଏବଂ ବେଦାନ୍ତ ସର୍ବାଧିକ କ୍ଷତି ସହିଥିବା ବେଳେ ଏଚ୍ସିଏଲ୍, ଟିସିଏସ୍ ଏବଂ ଇନ୍ଫୋସିସ୍ ପରି ଆଇଟି କମ୍ପାନୀ ସର୍ବାଧିକ ଲାଭ ହାସଲ କରିଛନ୍ତି ।