ଭାରତୀୟ ଟେନିସ୍ ଖେଳାଳି ସୁମିତ୍ ନାଗଲ ନିଜ କ୍ୟାରିୟର୍ର ପ୍ରଥମ ଏଟିପି ଟାଇଟଲ୍ ହାସଲ କରିଛନ୍ତି । ବ୍ୟୁନୋସ୍ ଏଇରେସ୍ରେ ଅନୁଷ୍ଠିତ ଏଟିପି ମାଷ୍ଟର୍ସରେ ନିଜର ପ୍ରଥମ ଟାଇଟଲ୍ ହାସଲ କରିଛନ୍ତି ନାଗଲ୍ । ଫାଇନାଲ୍ରେ ଆର୍ଜେଣ୍ଟିନାର ଫାଉସୁଣ୍ଡୋ ବାଗ୍ନିସ୍ଙ୍କୁ ସିଧାସଳଖ 6-4, 6-2 ସେଟ୍ରେ ପରାସ୍ତ କରିଛନ୍ତି ନାଗଲ୍ । 54160 ଡଲାର ପୁରସ୍କାର ରାଶି ବିଶିଷ୍ଟ ଏଟିପି ଚ୍ୟାଲେଞ୍ଜର ଫାଇନାଲ୍ରେ ମାତ୍ର 1 ଘଣ୍ଟା 40 ମିନିଟ୍ ସମୟ ନେଇ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ନାଗଲ୍ ନିଜର ଫ୍ରେଞ୍ଚ ଓପନ ବିଫଳତାକୁ ଭୁଲି ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛନ୍ତି ।