ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଆଜି ଭୁବନେଶ୍ୱର ଆରଟିଓ ୧ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ରାଜ୍ୟର ବିଭିନ୍ନ ଆରଟିଓରେ ଚାଲିଥିବା ଦଲାଲଗିରି ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ତତ୍ପରତା ପ୍ରକାଶ କରିଥିଲେ । ଏପରିକି ବିଭିନ୍ନ ସ୍ଥାନରୁ ଅନେକ ଦଲାଲଙ୍କୁ ଗିରଫ କରାଯାଇଥିଲା । ଦଲାଲମୁକ୍ତ ଅଭିଯାନରେ ଆଜି ଭୁବନେଶ୍ୱର ଆରଟିଓ ଅଫିସରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ବିଡିଓ ଓ ବିଏମସି ପକ୍ଷରୁ ଅଫିସ ପାଖରେ ଥିବା ଝୁମ୍ପୁଡି ହୋଟେଲ ଉଚ୍ଛେଦ କରାଯାଇଛି । ଏପରିକି ଆରଟିଓ କର୍ମଚାରୀମାନେ ହାତରେ ବ୍ଲୁ ବ୍ୟାଣ୍ଡ ବାନ୍ଧିବା ନେଇ ମଧ୍ୟ କୁହାଯାଇଥିଲା । ଯେପରି କୌଣସି ଲୋକ ଦଲାଲ ହାବୁଡରେ ନପଡନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ଅଧିକ କାଉଣ୍ଟର ଖୋଲା ଯାଇଥିଲା ।