କାଲିଠାରୁ ସବୁ ସରକାରୀ ବ୍ୟାଙ୍କ କାର୍ଯ୍ୟ ଅବଧିରେ ପରିବତ୍ତର୍ନ ହେଉଛି । ବ୍ୟାଙ୍କ କାର୍ଯ୍ୟ ଅବଧି ଦିନ ୧୦ଟାରୁ ଅପରାହ୍ନ ୪ଟା ହେବ । ଗ୍ରାହକମାନଙ୍କ ସୁବିଧା ପାଇଁ ନୀତିଗତ ଭାବେ ଲାଗୁ ହେବ ନିଷ୍ପତ୍ତି । ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟ ଅବଧି ନେଇ ଏସ୍ଏଲ୍ବିସିରେ ନିଷ୍ପତ୍ତି ନିଆଯାଇଛି । ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ସୂଚନା ଦେଇଛନ୍ତି । ସମାନ ସମୟ ଅବଧି ପାଳନ ପାଇଁ ଘରୋଇ ବ୍ୟାଙ୍କକୁ ବି କୁହାଯାଇଛି ।