ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କର ରଣନୀତି ପ୍ରସ୍ତୁତ ହୋଇସାରିଲାଣି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାରୁ ଆଜି କଂଗ୍ରେସରୁ ଦିଲୀପ ପଣ୍ଡା ଓ ବିଜେଡିରୁ ରୀତା ସାହୁ ରିଟର୍ଣ୍ଣଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ଦିଲୀପ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାପରେ ନାନା ପଟୁଆର ଧରି ରୀତା ସାହୁ କାର୍ଯ୍ୟାଳୟରେ ପହଁଚିଥିଲେ। ଦିଲୀପଙ୍କ ପରେ ରୀତା ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ବିଜେପିରୁ ସନତ ଗଡତିଆ ଏଯାଏଁ ନାମାଙ୍କନ ଦାଖଲ କରି ନାହାଁନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନ ରଖି ବିଜେପୁର ଆସନ ଛାଡିବା ପରେ ଏଠାରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ଆସନ୍ତା ୨୧ ତାରିଖରେ ମତଦାନ ହେବା ସହ ୨୪ରେ ଗଣତି ହେବ ।