ଜନୈକା ଆଇନ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଚିନ୍ମୟାନନ୍ଦ ଗିରଫ ହୋଇଥିବା ବେଳେ ଧମକ ଏବଂ ବେଆଇନ ଅର୍ଥ ଆଦାୟ ଅଭିଯୋଗରେ ଅଭିଯୋଗ କାରିଣୀ ଏବଂ ଅନ୍ୟ ଦୁଇ ଆଇନ ଛାତ୍ରଙ୍କୁ ଗିରଫ କରିବା ପରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦରେ ଏକ ଶୋଭାଯାତ୍ରା କରାଯାଇଥିଲା । ଏହି ପ୍ରତିବାଦ ରାଲିରୁ 80 ଜଣ କଂଗ୍ରେସ ନେତାଙ୍କୁ ଗିରଫ କରାଯାଇଛି । କଂଗ୍ରେସ ପକ୍ଷରୁ ଏହି ରାଲି ପାଇଁ ଅନୁମତି ନିଆଯାଇ ନଥିବାରୁ ସମସ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଆଇନ ଛାତ୍ରଙ୍କୁ ଗିରଫ ପ୍ରତିବାଦରେ ଶାହାଜହାନପୁରରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଏହି ପ୍ରତିବାଦ ଶୋଭାଯାତ୍ରା କରାଯାଉଥିଲା ।