ବାଲେଶ୍ୱର ହସ୍ପିଟାଲ ପରିସରରେ ଥିବା ଏଏନଏମ ତାଲିମ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ତାଲିମ କେନ୍ଦ୍ରର ଛାତରୁ କଂକ୍ରିଟ ଖସି ୨ଜଣ ଏଏନଏମ ଆହତ ହୋଇଛନ୍ତି । ଆଜି ତାଲିମ ନେଉଥିବାବେଳେ ତାଲିମ କେନ୍ଦ୍ରର ଛାତରୁ କଂକ୍ରିଟର ଏକ ବଡ ଖଣ୍ଡ ଖସି ପଡିଥିଲା । ଫଳରେ ସେହି ସମୟରେ ଉପସ୍ଥିତ ଥିବା ୨ ଏଏନଏମଙ୍କ ଉପରେ ଏହା ପଡିଥିଲା । ଫଳରେ ସେମାନେ ଆହତ ହୋଇଥିଲେ । ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଏଏନଏମମାନେ ସିଡିଏମଓ ଅଫିସରେ ତାଲା ପକାଇଛନ୍ତି ।