ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଜେଲରେ ବନ୍ଦୀ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ଵସ୍ତି ମିଳିନାହିଁ। ସୋମବାର ହାଇକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସିବିଆଇ ଚିଦାମ୍ବରମଙ୍କୁ ଜାମିନ ଦିଆଯିବାକୁ କୋର୍ଟରେ ବିରୋଧ କରିଥିଲା। ସୋମବାର ହାଇକୋର୍ଟ କହିଛନ୍ତି ଯେ ଚିଦାମ୍ବରମଙ୍କୁ ଜାମିନ ଦେଲେ ତଥ୍ୟ ପ୍ରମାଣ ନଷ୍ଟ ନହେଲେ ବି ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଅଧିକ ରହିଛି। ଏବେ ଚିଦାମ୍ବରମ ତିହାର ଜେଲରେ ବନ୍ଦୀ ଅଛନ୍ତି ଏବଂ ଏବେ ଜାମିନ ଖାରଜ ହେବାରୁ ତାଙ୍କୁ ଜେଲରେ ହଁ ରହିବାକୁ ପଡ଼ିବ। ଚିଦାମ୍ବରମଙ୍କୁ ସିବିଆଇ ଅଗଷ୍ଟ ୨୧ରେ ଗିରଫ କରିଥିଲା। ସିବିଆଇ ଓ ଇଡି ଆଇଏନଏକ୍ସ ମିଡିଆର ପ୍ରମୋଟର ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ସ୍ଵାମୀ ପିଟର ମୁଖାର୍ଜୀଙ୍କ ବୟାନ ଆଧାରରେ ଚିଦାମ୍ବରମଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।