କରତାପୁର କରିଡର ବାହାନାରେ ପାକିସ୍ତାନ ଏବେ ଭାରତ ସହିତ ନୂତନ ଚାଲ ଖେଳିଛି। ପାକିସ୍ତାନ ସରକାର କହିଛି ଯେ କରତାପୁର କରିଡରର ଉଦଘାଟନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆମନ୍ତ୍ରଣ ଦିଆଯିବ। ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ଦେବ ନାହିଁ। ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କ ପାଇଁ କରତାପୁର କରିଡର ନଭେମ୍ବର ୯ରେ ଖୋଲାଯିବ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଛନ୍ତି ଯେ, ତାଙ୍କ ଦେଶ କରତାପୁର କରିଡର ଉଦଘାଟନ ପାଇଁ ମନମୋହନ ସିଂହଙ୍କୁ ଔପଚାରିକ ନିମନ୍ତ୍ରଣ ପଠାଇବ। ମାତ୍ର ପାକ୍ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ଦେବା ନେଇ କିଛି କହିନାହାନ୍ତି।