ଭାରତୀୟ ଜନତା ପାର୍ଟି(ବିଜେପି) ହରିୟାଣା ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । 90 ବିଧାନସଭା ଆସନରୁ ବିଜେପି ପ୍ରଥମ ତାଲିକାରେ 78 ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି । ନିକଟରେ ଦଳରେ ଯୋଗ ଦେଇଥିବା କ୍ରୀଡାବିତ୍ ଫୋଗଟ, ଯୋଗେଶ୍ଵର ଦତ୍ତ ଓ ସନ୍ଦୀପ ସିଂହଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେଇଛି । ଏଥିରେ 38 ଜଣ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍ ଦିଆଯାଇଥିବା ବେଳେ ୭ ବିଧାୟକଙ୍କ ଟିକେଟ୍ କଟାଯାଇଛି । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଏଥର ନିର୍ବାଚନରେ କରନାଲ ଆସନରୁ ପ୍ରାର୍ଥୀ କରାଯାଇଛି। ଏହା ବ୍ୟତୀତ କୁସ୍ତିଯୋଦ୍ଧା ଯୋଗେଶ୍ଵର ଦତ୍ତଙ୍କୁ ବରୋଦା, ହକି ଖେଳାଳି ସନ୍ଦୀପ ସିଂହଙ୍କୁ ପିଟୁଆ ଏବଂ ବବିତା ଫୋଗଟଙ୍କୁ ଦାଦ୍ରିରୁ ପ୍ରାର୍ଥୀ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହରିୟାଣାରେ ଅକ୍ଟୋବର 21 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।