ନୂତନ ମୋଟର ଯାନ ଆକ୍ଟ ଲାଗୁ ହେବା ପରଠୁ ମୋଟା ଅଙ୍କର ତଣ୍ଡ ଗଣିବା ପରେ ଗାଡ଼ିଚାଳକଙ୍କୁ କାଗଜପତ୍ର ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ କାଉଣ୍ଟର ଖୋଲିବା ସହିତ ଯାଞ୍ଚରେ ତିନି ମାସ କୋହଳ ପରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଉଠାଇଛନ୍ତି। ଏବେ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ(ଏଚଏସଆରପି) କଟକଣା ୧ ମାସ କୋହଳ କରିଛନ୍ତି। ଅକ୍ଟୋବର ୧ ପରିବର୍ତ୍ତେ ଅକ୍ଟୋବର ୩୧ ଯାଏ କଟକଣା କୋହଳ କରାଯାଇଛି। ରାଜ୍ୟ ସରକାର ପୂଜା ଅବକାଶକୁ ଦୃଷ୍ଟିରେ ରଖି ଏହି କୋହଳ କରିଛନ୍ତି। ଏହି ମାସେ ଭିତରେ ଗାଡ଼ି ଡିଲର ଅଣ ଏଚଏସଆରପି ପ୍ଲେଟ୍ କାଢି ଏଚଏସଆରପି ପ୍ଲେଟ୍ ଦେବେ। ଯଦି ଡିଲର ଧାର୍ଯ୍ୟ ସମୟ ଭିତରେ ଏଚଏସଆରପି ପ୍ଲେଟ୍ ନଦିଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଏହା ବ୍ୟତୀତ ଏଚଏସଆରପି ବିନା ଗାଡ଼ି କ୍ରେତାଙ୍କୁ ସ୍ମାର୍ଟ କାର୍ଡ ଆରସି ମିଳି ପାରିବ ନାହିଁ।