ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ଦାଖଲ ହୋଇଥିବା ସମସ୍ତ ଯାଚିକାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଧାରା ୩୭୦ ଉଚ୍ଛେଦକୁ ନେଇ ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଜବାବ ରଖିବାକୁ ସମ୍ବିଧାନ ଖଣ୍ଡପୀଠ କହିଛନ୍ତି। ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବାକୁ ଯାଉଛି। ସୁପ୍ରିମକୋର୍ଟ କାଶ୍ମୀରକୁ ନେଇ ଦାଖଲ କରାଯାଇଥିବା ସମସ୍ତ ଯାଚିକାରେ ୫ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଘାଟିରେ ସାମ୍ବାଦିକମାନଙ୍କ ଯିବା ଆସିବାକୁ ନେଇ ଲାଗିଥିବା ପ୍ରତିବନ୍ଧକ, ନାବାଳକଙ୍କୁ ଅବୈଧ ଭାବରେ ହେପାଜତରେ ରଖିବା, ମୋବାଇଲ ଇଣ୍ଟରନେଟ୍ ସର୍ଭିସ୍ ବନ୍ଦ ଓ ନେତାଙ୍କ ଜମ୍ମୁକାଶ୍ମୀର ଓ ଶ୍ରୀନଗର ଗସ୍ତ ଉପରେ ପ୍ରତିବନ୍ଧିକ ଆଦି ମାମଲା ଯାଚିକାରେ ସାମିଲ ରହିଛି। ଜଷ୍ଟିସ୍ ଏନୱି ରମଣଙ୍କ ଅଧ୍ୟକ୍ଷତାରେ ଶୁଣାଣି କରାଯାଉଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏହାକୁ କେନ୍ଦ୍ରଶାସିତ ଅଂଚଳ ରୂପରେ ପରିଣତ କରିଥିଲେ। ଜାମ୍ମୁ, କାଶ୍ମୀର ଏବଂ ଲଦାଖ ରୂପରେ ତିନି ଭାଗରେ ବାଣ୍ଟି ଦେଇଥିଲେ। ଏହି ନିଷ୍ପତ୍ତି ପରେ କାଶ୍ମୀରର ବହୁ ଅଞ୍ଚଳରେ ପ୍ରତିବନ୍ଧକ ଲଗାଯାଇଥିଲା।