ବଳିପ୍ରଥାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ତ୍ରିପୁରା ସରକାର । ତ୍ରିପୁରା ହାଇକୋର୍ଟଙ୍କ ପକ୍ଷରୁ ବଳିପ୍ରଥା ଉପରେ ରୋକ୍ ଲଗାଯାଇଥିବା ବେଳେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ତ୍ରିପୁରାର ସଂସଦୀୟ ବ୍ୟାପାର ମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି, ହାଇକୋର୍ଟଙ୍କ ପକ୍ଷରୁ ମନ୍ଦିର କିମ୍ବା ଅନ୍ୟାନ୍ୟ ଧାର୍ମିକ ପୀଠରେ ବଳି ଉପରେ ରୋକ୍ ଲଗାଯାଇଛି । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ତ୍ରିପୁରା ସରକାର ସମ୍ମାନ ଜଣାନ୍ତି ମାତ୍ର ସାଧାରଣ ଜନତାଙ୍କ ଭାଗାବେଗ କାରଣରୁ ଏହି ନିଷ୍ପତ୍ତି ବିରୋଧରେ ତ୍ରିପୁରା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।