ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଦିବସରେ ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋର ସଂସ୍କୃତ ରିମେକ୍ ହେବାକୁ ଯାଉଛି । ଜନୈକ ଆସାମୀ ସଂସ୍କୃତ ଶିକ୍ଷକ ରଞ୍ଜନ କୁମାର ବେଜବରୁଆ ଏହି ରିମେକ୍ ଗାନ୍ଧୀ ଜୟନ୍ତୀରେ ରିଲିଜ୍ କରାଇବାକୁ ଯାଉଛନ୍ତି । ଗୁଜୁରାଟର କବି ନରସିଂହ ମେହେଟ୍ଟାଙ୍କ ଦ୍ବାରା 15ଶହ ଶତାବ୍ଦୀରେ ରଚିତ ଏହି କବିତା ଆସନ୍ତା କାଲି ରିଲିଜ୍ ହେବାକୁ ଯାଉଛି । ରଞ୍ଜନ ବେଜ ବରୁଆ ପୂର୍ବରୁ ଭୂପେନ ହଜାରିକାଙ୍କ ଅନେକ ଗୀତକୁ ସଂସ୍କୃତରେ ରିମେକ୍ କରିଛନ୍ତି । ବୈଷ୍ଣବ ଜନତୋ ଗୁଜୁରାଟୀ ଭାଷାରେ ରହିଥିବାରୁ ବାରଣାସୀର ଆଲୋକ କୁମାର ଏହାର ଆସାମୀ ଅନୁବାଦ କରିଥିବା ବେଳେ ଜେଏନ୍ୟୁର ନାରାୟଣ ଦତ୍ତ ମିଶ୍ର ଏବଂ ପ୍ରଞ୍ଜଳ ବୋରା ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଭଜନ ବ୍ୟତୀତ ସାରେ ଜହାଁ ସେ ଅଚ୍ଛାର ସଂସ୍କୃତ ରିମେକ୍ ଏବଂ ରବୀନ୍ଦ୍ର ନାଥ ଟାଗୋରଙ୍କ ଭଜନ ଏ ଆର ରେହମାନଙ୍କ ସହିତ ମିଳିତ ଭାବରେ ତିଆରି କରିବାକୁ ଯାଉଛନ୍ତି ବେଜବରୁଆ ।