ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତୀୟ ଦଳ ପକ୍ଷରୁ ପ୍ରଥମ ଟେଷ୍ଟ ପାଇଁ ଋଷଭ ପନ୍ତଙ୍କୁ ବାଦ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହାଙ୍କୁ ଦଳରେ ସାମିଲ କରାଯାଇଛି । ଏହା ସହିତ ପ୍ରଥମ ଥର ପାଇଁ ରୋହିତ ଶର୍ମାଙ୍କୁ ଓପ୍ନର ଭାବରେ ଦଳରେ ସାମିଲ କରାଯାଇଛି । ବିରାଟ କୋହଲି, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ ଏବଂ ହନୁମା ବିହାରୀ ମଧ୍ୟକ୍ରମ ବ୍ୟାଟିଂ ସମ୍ଭାଳିବେ । ପିଠି ଆଘାତ କାରଣରୁ ନିୟମିତ ଓପ୍ନର ଶିଖର ଧଓ୍ବନ୍ ବାଦ ପଡିବାରୁ ରୋହିତଙ୍କୁ ଏହି ସୁଯୋଗ ମିଳିଛି । ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତିରେ ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ପେସ୍ ବିଭାଗ ସମ୍ଭାଳିବେ ।
ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଆର ଅଶ୍ବିନ୍, ରବୀନ୍ଦ୍ର ଜାଡେଜା, ରିଦ୍ଧିମାନ ଶାହା, ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ।