ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଝଟ୍କା । ଗତକାଲି ବିଜେପି ସହିତ ମେଣ୍ଟ ଘେଷଣା ପରେ ଦଳର 200 ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ବିଜେପିରେ ଯୋଗ ଦେଇଥିବା ଏନ୍ସିପି ନେତା ଗଣେଶ ନାଏକଙ୍କୁ ନଭି ମୁମ୍ବାଇରୁ ଟିକେଟ ମିଳିବା ପରେ ଉତ୍କ୍ଷିପ୍ତ ଶିବ ସେନା କର୍ମୀ ଇସ୍ତଫା ପ୍ରଦାନ କରିଛନ୍ତି । ଶିବସେନାର ନଭି ମୁମ୍ବାଇ ମୁ୍ଖ୍ୟ ଏବଂ ଜିଲ୍ଲା ଉପ ସଭାପତି ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶିବସେନା ଏବଂ ବିଜେପି ମଧ୍ୟରେ ଆସନ ବୁଝାମଣା ହୋଇ ସାରିଥିବା ନେଇ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ସୋମବାର ସୂଚନା ଦେଇଥିଲେ ।