ଆଜିଠାରୁ ରାଜ୍ୟର ସବୁ ସହରରେ ପ୍ଲାଷ୍ଟିକ ନିଷିଦ୍ଧ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଆଜିଠାରୁ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣଭାବେ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଗତକାଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗାଇଡ ଲାଇନ ଜାରି କରିଥିଲା । ସରକାରଙ୍କ ନିୟମ ଅନୁସାରେ, ଆସନ୍ତାକାଲିଠାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯେପରି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ, ଚାମଚ, ବାଉଳ ଆଦି ବ୍ୟବହାର ଉପରେ ବ୍ୟାନ ଲାଗିବ । ସେହିଭଳି 200 ମାଇକ୍ରନ୍ରୁ କମ ପରିମାଣର ପ୍ଲାଷ୍ଟିକ ପାଣି ବୋତଲ ଉପରେ ମଧ୍ୟ ବ୍ୟାନ ଲାଗିଛି । ଯଦି କେହି ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିବେ ତେବେ ସେମାନଙ୍କୁ ଜରିମାନା ଲଗାଯିବ । କେବଳ ୫୦ ମାଇକ୍ରୋନରୁ ଅଧିକର ପଲିଥିନ ବ୍ୟବହାର କରିବାକୁ ଅନୁମତି ଦିଆଯିବ ।