ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଜମି ଅଧିଗ୍ରହଣ ପାଇଁ 40 କୋଟି ମଞ୍ଜୁରୀ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ପରିସରରୁ 75 ମିଟର ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ଚାଲୁଛି । ତେବେ ବହୁ ସ୍ଥାନରେ ଏହାର ପ୍ରତିବାଦ ମଧ୍ୟ କରାଯାଉଛି । ଏହି ପ୍ରତିବାଦ ଓ ବିରୋଧକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ନୂଆ ପନ୍ଥା ଆପଣାଇବା ସହିତ ଜମି ଅଧିଗ୍ରହଣ ଯୋଜନାକୁ ଆଗେଇବା ପାଇଁ 40 କୋଟି ଅର୍ଥ ବ୍ୟବସ୍ଥା କରାଯାଇଛି । ଏଥିରେ ଅଧିଗ୍ରହଣର ଏକ ମାସ ମଧ୍ୟରେ ଜମି ହସ୍ତାନ୍ତର ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ 10 ଭାଗ ଅଧିକ ସହାୟତା ଯୋଗାଇ ଦିଆଯିବ ।