ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ଅଧିନାୟକ ତଥା ଭାରତୀୟ କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କପିଳ ଦେବ । ପରାମର୍ଶଦାତା କମିଟିର ମୁଖ୍ୟ ରହିଥିବା କପିଳ ଦେବଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ମାମଲା ଆସିବା ପରେ ବିସିସିଆଇର ନୈତିକ ଅଫିସର ଡିକେ ଜୈନ୍ଙ୍କ ନୋଟିସ୍ ପରେ କପିଲ କମିଟିର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ପୂର୍ବରୁ କମିଟିର ଅନ୍ୟ ଦୁଇ ସଦସ୍ୟ ଶାନ୍ତା ରଙ୍ଗସ୍ବାମୀ ଏବଂ ଅଂଶୁମାନ ଗାଏକ୍ବାଡ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ । ବିସିସିଆଇର ଆଡ୍ ହକ୍ କମିଟି ଏବଂ ସିଇଓ ରାହୁଲ ଜୋହରୀଙ୍କ ନିକଟକୁ କପିଲ ନିଜର ଇସ୍ତଫା ପତ୍ର ପଠାଇଥିଲେ । ଶନିବାର ଦିନ ଡିକେ ଜୈନ ସମସ୍ତ କମିଟି ସଦସ୍ୟଙ୍କୁ ଦ୍ବୈତ ସ୍ବାର୍ଥ ମାମଲାରେ ନୋଟିସ୍ ଜାରି କରିଥିଲେ ।