ଆପଣଙ୍କର ଟ୍ବିଟ୍ଟର କାମ କରୁନାହିଁ କି? ଯଦି ହଁ ତେବେ ଚିନ୍ତିତ ହୁଅନ୍ତୁ ନାହିଁ କାରଣ ସମୁଦାୟ ବିଶ୍ବରେ ବୈଷୟିକ ତ୍ରୁଟି କାରଣରୁ ଟ୍ବିଟ୍ଟର ଅଚଳ ହୋଇ ପଡି ରହିଛି । ଟ୍ବିଟ୍ଟରର ଅଫିସିଆଲ୍ ହ୍ୟାଣ୍ଡେଲ୍ ଟ୍ବିଟ୍ ଡେକ୍ ପକ୍ଷରୁ ଟ୍ବିଟ୍ କରାଯାଇ ଏହା ସ୍ପଷ୍ଟ କରାଯାଇଛି । ସମସ୍ତ ମୋବାଇଲ୍ରୁ ଏହା ଆପେ ଆପେ ସାଇନ୍ ଆଉଟ୍ ହୋଇଯାଇଥିବା ଜଣା ପଡିଛି । ଏହି ସମସ୍ୟା ଉପରେ କାମ ଚାଲିଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ ହେବ ବୋଲି ଟ୍ବିଟ୍ଟର ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଟ୍ବିଟ୍ଟର ସିଇଓ ଜ୍ୟାକ୍ ଡୋର୍ସିଙ୍କ ଟ୍ବିଟ୍ଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା ।