କେନ୍ଦ୍ରାପଡ଼ାରେ ହୋଇପାରେ ଜାତୀୟ ନାଗରିକ ପଞ୍ଜୀକରଣ । ଏନେଇ ପଦକ୍ଷେପ ନେବାକୁ ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି । ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରିଙ୍କ ରିପୋର୍ଟକୁ ନେଇ ଏହି ଚିଠି ଲେଖାଯାଇଛି । ଗତବର୍ଷ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜାତୀୟ ନାଗରିକ ପଞ୍ଜୀକରଣ ଲାଗୁ ପାଇଁ ଆମିକସକ୍ୟୁରି ମୋହିତ ଅଗ୍ରୱାଲ ହାଇକୋର୍ଟଙ୍କୁ ରିପୋର୍ଟ ଦେଇଥିଲେ । ମୋହିତଙ୍କ ପରାମର୍ଶ ଅନୁଯାୟୀ କମିଟି ଏନେଇ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।