ଆନ୍ଧ୍ର- ଓଡିଶା ସୀମାନ୍ତ ସାଲୁର ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସି ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ରାତି ସାରା 26 ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡି ଅଟକି ରହିଥିଲା । ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଗାଡିଗୁଡିକ ସାଲୁର ନିକଟରେ ଅଟକି ରହିଥିଲା । ସକାଳେ ଆନ୍ଧରୁ ସଡକ ପରିବହନ ବିଭାଗର ଏକ ଟିମ୍ ପହଞ୍ଚି ରାସ୍ତା ସଫା କରିବା ପରେ ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିବା ଜଣାପଡିଛି ।