ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁରେ ଏକ ବିସ୍ଫୋରଣ ଘଟିଛି । କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ଗତକାଲି ବିଳମ୍ୱିତ ରାତିରେ ବିସ୍ଫୋରଣ ହୋଇଛି । ଫଳରେ ଉପର ମହଲାର କାନ୍ଥ ଭାଙ୍ଗି ଛିନ୍ଛତ୍ର ହୋଇପଡ଼ିଛି । କାଳିଚରଣଙ୍କ ଘରର ଉପର ମହଲାରେ ଜଣେ ମାର୍ବଲ ମିସ୍ତ୍ରୀ ଭଡ଼ାରେ ରହୁଥିଲେ । ବିସ୍ଫୋରଣ ପରଠୁ ତାଙ୍କର ପତ୍ତା ମିଳୁନି । ଅନ୍ୟପକ୍ଷରେ ମଝି ମହଲାରେ ରହୁଥିବା ସୁମିତ ନାମକ ବ୍ୟକ୍ତି ମଧ୍ୟ ନିଖୋଜ ଅଛନ୍ତି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।