ବହୁ ପ୍ରତିକ୍ଷୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପିତ କରିଛନ୍ତି । ଏହି ଦ୍ରୁତଗାମୀ ଟ୍ରେନ୍ଟି ଦିଲ୍ଲୀରୁ ଜମ୍ମୁ-କଶ୍ମୀର କଠରା ମଧ୍ୟରେ ଯାତାୟାତ କରିବ । ଅମିତ ଶାହଙ୍କ ସହ ପୀୟୂଷ ଗୋଏଲ ବିଧିବଦ୍ଧ ଭାବେ ପତାକା ଦେଖାଇ ଏହି ଟ୍ରେନ୍ର ଚଳାଚଳ ଶୁଭାରମ୍ଭ କରିଛନ୍ତି । ଆସନ୍ତା 5 ତାରିଖରୁ ଏହାର ବ୍ୟବସାୟିକ ଯାତାୟାତ ଆରମ୍ଭ ହେବ । ଏହି ଟ୍ରେନରେ ସର୍ବନିମ୍ନ 1630 ଟଙ୍କା ଓ ସର୍ବାଧିକ 3015 ଟଙ୍କା ଭଡ଼ା ରହିଛି । ଟ୍ରେନ୍ଟି ସପ୍ତାହରେ 6 ଦିନ ଯାତ୍ରା କରିବ ଏବଂ 8 ଘଣ୍ଟାରେ ଏହା ଦିଲ୍ଲୀରୁ ବୈଷ୍ଣୋଦେବୀ ପହଞ୍ଚିବ ବୋଲି ଜଣାପଡିଛି ।