ଉତ୍ତର ପ୍ରଦେଶର କଂଗ୍ରେସ ବିଧାୟିକା ଅଦିତି ସିଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଧାରଣାସଭାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଗାନ୍ଧୀଜିଙ୍କ 150 ତମ ଜନ୍ମ ଦିବସ ଅବସରରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଏବରେଲୀରୁ ବିଧାୟିକା ରହିଥିବା ଅଦିତି ବିଧାନସଭା ଅଧିବେଶନରେ ଯୋଗ ଦେବା ପାଇଁ ଏହି ଧାରଣା ବର୍ଜନ କରିଥିବା କହିଛନ୍ତି । ବିକାଶ ସମ୍ବନ୍ଧିତ 17ଟି ବିଲ୍ ଉପରେ ଆଲୋଚନା ହେବାର ଥିଲା ତେଣୁ ବିଲ୍ ଅପେକ୍ଷା ଧାରଣା ଅଧିକ ଜରୁରୀ ନଥିଲା ବୋଲି ବିଧାୟିକା ପ୍ରକାଶ କରିଛନ୍ତି । ବିଧାୟିକାଙ୍କ ଏହି ଧାରଣା ବର୍ଜନ ପରେ ସେ ବିଜେପିରେ ଯୋଗ ଦେବାର ଆଶଙ୍କା ଦେଖାଦେଇଛି ।