ବାଲୁଗାଁରୁ ଜନୈକ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉଭୟଙ୍କୁ ରଶିରେ ଲଟକିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିଲିକା ସ୍ଥିତ ନଇରି ବ୍ଲକ୍ର ବଡସାହିର ଏକ ଭଡା ଘରୁ ଏହି ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । 5 ମାସ ତଳେ ଏହି ଦମ୍ପତ୍ତି ପ୍ରେମ ବିବାହ କରିଥିବାରୁ ଏହା ଆତ୍ମହତ୍ୟା କି ହତା ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବାଣପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।