ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଅଫିସ୍ ଆସିଷ୍ଟାଣ୍ଟ ଏ. ଲକ୍ଷ୍ମୀ ପ୍ରସାଦ ରାଓ । ବ୍ରହ୍ମପୁରର ଜନୈକ ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଦୋକାନ ଗୃହର ମାଲିକାନାସ୍ବତ୍ତ୍ବ ବଦଳାଇବା ପାଇଁ ଏହି ହୋଟେଲ ମାଲିକଙ୍କ ନିକଟରୁ ଅର୍ଥ ଦାବି କରାଯାଇଥିବା ଜଣାପଡିଛି । ଏହା ସହିତ ଗିରଫ କର୍ମଚାରୀଙ୍କ ପୁରୁଷୋତ୍ତମପୁରରେ ଥିବା ଘର ଓ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି ।