ଭାରତ ଗସ୍ତରେ ରହିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏନ୍ଆରସିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍ଆର୍ସି) ଆସାମରେ ଲାଗୁ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଅନ୍ୟାନ୍ୟ ରାଜ୍ୟରେ ଲାଗୁ କରାଯିବାର ଯୋଜନା ରଖିଛି ଗୃହ ମନ୍ତ୍ରାଳୟ । ହସିନା ନୂଆଦିଲ୍ଲୀରେ ଅବସ୍ଥା୍ପିତ ବାଂଲାଦେଶ ଉଚ୍ଚାୟୁକ୍ତଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି । ହସିନା କହିଛନ୍ତି, ଏହି ନିୟମକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ବାଂଲାଦେଶ ଏହି ପଞ୍ଜୀକରଣକୁ ନେଇ ଚିନ୍ତିତ ହେବା ଅନୁଚିତ୍ ବୋଲି ହସିନା ପ୍ରକାଶ କରିଛନ୍ତି ।