ସମୀକ୍ଷା ବ୍ୟୁରୋ
ଆଜି ପୂର୍ବାହ୍ନରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସୁଶୀଲ କୁମାର ଲୋହାନୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁରେନ୍ଦ୍ର କୁମାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଜେପୁର ଉପନିର୍ବାଚନ ପ୍ରକିୟା ଚାଲୁ ରହିଥିବାରୁ ଶ୍ରୀ ସୁରେନ୍ଦ୍ର କୁମାର ନିର୍ବାଚନ ସଂପର୍କିତ କାର୍ଯ୍ୟକ୍ରମଗୁଡ଼ିକୁ ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ । ନିର୍ବାଚନ କାର୍ଯ୍ୟରେ ନିୟେଜିତ ସମସ୍ତ ବରିଷ୍ଠ ଅଧିକାରୀ, ଉପବିଭାଗୀୟ ଅଧିକାରୀ, ସହକାରୀ ଉପବିଭାଗୀୟ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଲୋହାନୀଙ୍କୁ ସ୍ୱାଗତ କରିଥିଲେ। ଅପରାହ୍ନରେ ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ମୁଖ୍ୟ କର୍ମଚାରୀମାନଙ୍କୁ ନେଇ ବିଜେପୁର ଉପନିର୍ବାଚନ ସଂପର୍କରେ ଏକ ସମୀକ୍ଷା କରିଥିଲେ ।