ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ତହସିଲଦାର କରିଥିବା ଦୁର୍ବ୍ୟବହାର ପ୍ରତିବାଦରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ । ଦୀର୍ଘ 15 ଘଣ୍ଟା ପରେ ବିଧାୟକ ନିଜ ଧାରଣା ଭାଙ୍ଗି ଉଠିଛନ୍ତି । ତହସିଲ କାର୍ଯ୍ୟାଳୟ ପରିସରରେ ଥିବା କିଛି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ସେଠାରେ ଥିବା ମୋହରିରିଙ୍କ ଚାଳକୁ ଭାଙ୍ଗି ଦିଆଯାଇଥିଲା । ଏହାର ବିରୋଧ କରିବାରୁ ତହସିଲଦାର ଏବଂ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏ ଘଟଣା ନେଇ ନୀଳଗିରି ଥାନାରେ ପୃଥକ୍ ପୃଥକ୍ 4 ଟି ମାମଲା ରୁଜୁ ହୋଇଥିବା ନୀଳଗିରି ଏସ୍ଡିପିଓ କହିଛନ୍ତି ।


