ଆଜି ରାଜ୍ୟରେ ତିନୋଟି ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 3ଟି ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷାର ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ଭଦ୍ରକ ଓ ପୁରୀ ଜିଲ୍ଲାକୁ ସକାଳ 10.30 ପର୍ଯ୍ୟନ୍ତ ଏହି ସତର୍କ ସୂଚନା ଜାରି କରାଯାଇଛି ।


